ପାତ୍ରପୁର, ୦୩/୦୨; ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁରଙ୍ଗୀ ସ୍ଥିତ ଶ୍ରୀ ଶ୍ୟାମ ସୁନ୍ଦର ନୋଡାଲ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଶ୍ରୀକର କୁମାର ମାଝୀଙ୍କୁ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଶିକ୍ଷକ ମାଝୀଙ୍କ ଶିକ୍ଷା ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ୫–ଟି ଅଧ୍ଯକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରଫି ଏବଂ ପ୍ରମାଣପତ୍ର ସହ ୨୫,୦୦୦ ଟଙ୍କା ନଗଦ ପୁରସ୍କାର ରାଶି ମଧ୍ଯ ପ୍ରଦାନ କରିଥିଲେ I ଶିକ୍ଷକଙ୍କୁ ଏହି ସମ୍ମାନ ମିଳିବା ପରେ ଆଜି ବିଦ୍ୟାଳୟରେ ଶ୍ରୀକର ମାଝୀଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।