ପାତ୍ରପୁର,୦୮/୦୨; ମାଁବାଳକୁମାରୀ ଟ୍ରେକର ମାଲିକ ସଂଘ ତରଫରୁ ପାତ୍ରପୁର ତଳ ବସଷ୍ଟାଣ୍ଡ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୬୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି । ସଂଘ ସଭାପତି ଚିନ୍ତାମଣି ସାହୁଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୂଖ୍ୟ ଡା.ସମ୍ବିତ ବେଗରାୟ ଏବଂ ଜରଡ଼ା ଥାନାଧିକାରୀ ଟୁନା ସାସମଲ ମିଳିତ ଭାବେ ଉଦଘାଟନ କରିଥିଲେ । ଶିବିରରେ ସଂଘ କର୍ମକାର୍ତ୍ତାଙ୍କ ସହ ବହୁ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର ତରଫରୁ ଡା.ଚିନ୍ମୟ ସ୍ୱାଇଁ, ଅଶ୍ୱିନୀ କୁମାର ନାୟକ, ଅଶୋକ କୁମାର ବାଜୁବନ୍ଧୁ, ଡମ୍ବୁରୁ ଧର କାର୍କୀ, ସୁଶାନ୍ତ କୁମାର ପଣ୍ଡା, ଅରବିନ୍ଦ ଦଳେଇ ଓ ରାଜେଶ୍ୱରୀ ପ୍ରଧାନ ଉପସ୍ଥିତ ରହି ରକ୍ତସଂଗ୍ରହ କରିଥିଲେ । ସଦାନନ୍ଦ ସାହୁ, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ସନ୍ତୋଷ ଅଧିକାରୀ, କେ.କୁମାର ରେଡ୍ଡୀ, ରମେଶ ନାୟକ, ସନ୍ତୋଷ ମହାନ୍ତି ପ୍ରମୁଖଙ୍କ ସହ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।