ପାତ୍ରପୁର, ୨୮/୦୧; ଓଡ଼ିଶା ସରକାରଙ୍କ ମୋ ସ୍କୁଲ୍ ପରିଚାଳନା ସଂଗଠନ ତରଫରୁ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଅଧୀନରେ ସମଗ୍ର ଓଡ଼ିଶାର ୨୭,୧୧୮ ପ୍ରାଥମିକ ଓ ୪୩,୦୪୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୫୦ ଗୋଟି ବିଦ୍ୟାଳୟ ପ୍ରତ୍ୟେକଙ୍କୁ ୫,୦୦,୦୦୦ ଟଙ୍କା ଓ ୫୦ ଜଣ ପ୍ରଧାନ ଶିକ୍ଷକଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯିବ ଯିବା ପାଇଁ ଘୋଷଣା କରାଯାଇଥିଲା ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଧିନସ୍ଥ ତଣ୍ଡିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ” ପୋଲାରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ, ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ ମହାନ୍ତିଙ୍କୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ରୂପେ ଓ ମନୋନୀତ ହୋଇଛନ୍ତି ଓ ସୁରଙ୍ଗି ଠାରେ ଥିବା ଶ୍ୟାମ ସୁନ୍ଦର ନୋଡାଲ ବିଦ୍ୟାପୀଠର ଖେଳ ଶିକ୍ଷକ ଶ୍ରୀକର ମାଝୀଙ୍କୁ ଚଳିତ ଜାନୁୟାରୀ ମାସ ୩୧ ତାରିଖ ଦିନ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମହା ସମାରୋହରେ ଓଡ଼ିଶାର ଜନପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବଦ୍ଧନା ଓ ମାନପତ୍ର ପ୍ରଦାନ କରାଯିବାର କାର୍ଯକ୍ରମ ରହିଛି । ବିଦ୍ୟାଳୟ ତରଫରୁ ଓଡ଼ିଶା ସରକାର ତଥା ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ, ଗ୍ରାମବାସୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧୂ, ଶିକ୍ଷା ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧୂକାରୀ, ବନ୍ଧୁ ପରିଜନ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।