ପାତ୍ରପୁର, ୦୪/୦୨; ପାତ୍ରପୁର ବ୍ଳକ ସମ୍ମିଳନୀ କକ୍ଷଠାରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ – ୨୦୨୪ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ବି.ଡି.ଓ ସୁମନ ସୁଦ୍ଧା କୁଣ୍ଡୁ ସଭାପତିତ୍ବ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଡ଼ ଅଶୋକ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଏଵଂ ସମ୍ମାନିତ ଅତିଥି ଭାବେ ଏ.ବି.ଡି.ଓ ବିଜୟ କୁମାର ପ୍ରଧାନ, ଅଧ୍ୟାପକ ଗଣନାଥ ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ବାଦ ସାହିତ୍ୟ ସଂସଦ ଘର ସମ୍ପାଦକ ନୀଳାଞ୍ଚଳ ପଟ୍ଟନାୟକ, ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ସମ୍ପାଦକ ମାଧବ ବାଡତ୍ୟା, ସହ ସମ୍ପାଦିକା ମଞ୍ଜୁଶ୍ରୀ ମହାରଣା, ଉପଦେଷ୍ଟା କାହ୍ନୁ ଚରଣ ପ୍ରଧାନ ଓ ସଭ୍ୟ ପ୍ରଫୁଲ୍ଲ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା । ଉପସ୍ଥିତ କବି କବୟିତ୍ରୀ ମାନଙ୍କ କବିତା ପାଠ କରଯାଇଥିବା ବେଳେ ଓଡ଼ିଆ ସାହିତ୍ୟ ପ୍ରଚାର ପ୍ରସାର କ୍ଷେତ୍ରରେ ପାଲାର ଭୂମିକା ବିଷୟରେ ପାଲା ନାଚ ପରିବେଷଣ କରାଯାଇଥିଲା । ବି.ଏସ.ଏସ.ଓ ସ୍ନେହାଶିଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ସି.ପି ଦେବାଶିଷ ପ୍ରଧାନ, ବଶିଷ୍ଠ ରାଜସ୍ବ ସହାୟକ ଶୁଭ୍ରାଂଶୁ ରାଉଳ, ଏ.ପି.ଓ ପ୍ରଣତି ପୁରୋହିତ ଓ ସୌମ୍ୟ ରଞ୍ଜନ ସାହୁଙ୍କ ସମେତ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।