ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

Discover Chikiti

ପାତ୍ରପୁର,୦୨/୦୨; ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି କଲେଜରେ ଯୁକ୍ତ ଦୁଇ ଛାତ୍ରୀ ମାନଙ୍କ ଆଠ ଦିନିଆ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଗୁରୁବାର ଠାରୁ  ଅନୁଷ୍ଠିତ ହୋଇ ଆଜି ଶେଷ ହୋଇଛି । ଏହି ଉଦଯାପିତ ଶିବିରକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଜୟ ପ୍ରକାଶ ପାଢ଼ୀ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ପାତ୍ରପୁର ସି.ଡି.ପି.ଓ ଶ୍ରୀମତି ସ୍ଵର୍ଣ୍ଣପ୍ରଭା ଦାସ, ଆଇ.ସି.ଡି.ସି ସୁପରଭାଇଜର ପି.ଲକ୍ଷ୍ମୀ ବାଇ, ଖେଳ ଶିକ୍ଷକ ସୁଧାକର ବିଷୋୟୀ, ମଞ୍ଚାସିନ ଥିଲେ । ଏହି ଶିବିରରେ ପ୍ରଶିକ୍ଷିକା ମମତା ପ୍ରଧାନ ଓ ମାମାଲି ସାହୁ ଛାତ୍ରୀ ମାନେ କିଭଳି ନିଜକୁ ସୁରକ୍ଷା ଦେଇପାରିବେ ସେ ସମ୍ପର୍କରେ ବିଭିନ୍ନ ପ୍ରକାରର କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା । ପୂର୍ଣ୍ଣପ୍ରଭା ତ୍ରିପାଠୀ ଏହି ତାଲିମ ଶିବିରକୁ ପରିଚାଳନା କରିଥିଲେ । ଶିବିରରେ ଛାତ୍ରୀମାନେ କିପରି ପ୍ରତିକୁଳ ପରିସ୍ଥିତିରେ ନିଜର ସୁରକ୍ଷା କରିପାରିବେ ଏବଂ ଆଜିକାଲି ସମାଜରେ ଘଟୁଥ‌ିବା ଦୁର୍ଘଟଣା ଓ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିପାରିବେ ସେଥ‌ିପାଇଁ ବିଭିନ୍ନ ଆତ୍ମରକ୍ଷା କୌଶଳ ଏହି ତାଲିମ ମାଧ୍ୟମରେ ପିଲମାନଙ୍କୁ ଶିକ୍ଷା ଦିଆଯାଇଥିଲା ।

Also Read

Tags