ବନଖଣ୍ଡସ୍ତରୀୟ ବନଅଗ୍ନି ପ୍ରଶମନ ତାଲିମ ଓ ପ୍ରଯୁକ୍ତି ବିଦ୍ୟା ଶିବିର

Discover Chikiti

ପାତ୍ରପୁର, ୩୦/୦୧; ଗଂଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡସ୍ତରୀୟ ବନଅଗ୍ନି ପ୍ରଶମନ ତାଲିମ ଓ ପ୍ରଯୁକ୍ତି ବିଦ୍ୟା ଶିବିର ପାତ୍ରପୁର ବ୍ଲକର ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଡି.ଏଫ.ଓ ସନୀ ଖୋକରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗକୁ ଗ୍ରୀଷ୍ମ ଦିନ ଆସୁଥିବାରୁ ବନବିଭାଗର ଫରେଷ୍ଟର, ଗାର୍ଡ ଓ ସ୍କ୍ୱାର୍ଡ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି । ସାଟେଲାଇଟ ମାଧ୍ୟମରେ ନିଜ ଅଂଚଳରେ ବନଅଗ୍ନି ସଂଯୋଗ ସୂଚନା ପାଇ କିଭଳି ବନବିଭାଗ କର୍ମଚାରୀ ମାନେ ଅଗ୍ନି ପ୍ରଶମନ କରିବେ ସେନେଇ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲା । ମୂଖ୍ୟ ତାଲିମଦାତା ତଥା ଜୀବବିଜ୍ଞାନୀ ଉଦୟ କୁମାର ଦାସ ତାଲିମ ପ୍ରଦାନ କରି ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ । ତାଲିମ ଶିବିରରେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ, ଦିଗପହଣ୍ଡି, ଖଲ୍ଲିକୋଟ, ବ୍ରହ୍ମପୁର ବନବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ । ଆୟୋଜିତ ତାଲିମ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ପ୍ରଭାକର ନାୟକ, ମନୋଜ କୁମାର ପାତ୍ର ମାଣିକେଶ୍ୱରୀ ହଂସଦା,ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ ଓ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସହ ବହୁ ବନବିଭାଗ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ । ସାମନ୍ତିଆପଲ୍ଲୀ ବନବିଭାଗ କାର୍ଯ୍ୟାଳୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Also Read

Tags