ସ୍ୱତନ୍ତ୍ର ଉନ୍ନୟନ ଉପଦେଷ୍ଟାଙ୍କ ପାତ୍ରପୁର ବ୍ଲକ ଗସ୍ତ

Discover Chikiti

ଆଦିବାସୀଙ୍କ ସହ କଥା ହେଲେ,ସମସ୍ୟା ପଚାରି ବୁଝିଲେ ।

ପାତ୍ରପୁର; ଓଡିଶା ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ରବିବାର ପାତ୍ରପୁର ବ୍ଲକ ଗସ୍ତ କରି ବ୍ଲକର ଆଦିବାସୀ ଲୋକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି । ବ୍ଲକର ତୁମ୍ବା ପଂଚାୟତ ଭାଲିଆସାହି ନିକଟସ୍ଥ ବୁଧବାର ହାଟ ପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକ୍ରମ ରେ ଉପଦେଷ୍ଟା ଶ୍ରୀ ମାଝୀ ଉପସ୍ଥିତ ରହି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀଙ୍କ ସୀମାହୀନ ବିକାଶର ବାଟ ବୋଲି ଉପସ୍ଥିତ ଶତାଧିକ ଆଦିବାସୀଙ୍କୁ କହିଥିଲେ । ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ଅଭିନବ ଓ ନିଆରା ପରିକଳ୍ପନା ବୋଲି କହିବା ସହ ଆଦିବାସୀଙ୍କ ଶିକ୍ଷା,କଳା ସଂସ୍କୃତି,ପରମ୍ପରାକୁ ବିକଶିତ କରିବା ପାଇଁ ଏହା ଏକ ସୁନ୍ଦର ମାଧ୍ୟମ ବୋଲି କହିଥିଲେ । ଏହି ଅବସରରେ ବହୁ ଆଦିବାସୀ ନେତା ଓ ଅଧିବାସୀ ଆଦିବାସୀଙ୍କ ସମସ୍ୟା, ମୌଳିକ ଅସୁବିଧା ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଂଜାମ ଜିଲ୍ଲାର ପାତ୍ରପୁର ଓ ସୋରଡା ବ୍ଲକକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରାଯାଇଥିବାରୁ ଏବଂ ଆଦିବାସୀଙ୍କ ବିକାଶ ପାଇଁ ପ୍ରତି ବ୍ଲକକୁ75ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବାରୁ ଆୟୋଜିତ ସଭାରେ ଆଦିବାସୀ ମାନେ ତାଳି ମାରି ,ହୁଳହୁଳି ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଯାନୀ,ଉପାଧ୍ୟକ୍ଷା ଚନ୍ଦ୍ରକଳା ଶବର,ଜରଡ଼ା ଜୋନ ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର,ଆଦିବାସୀ ଉନ୍ନୟନ ପରିଷଦ ସଭ୍ୟ ଅରକ୍ଷିତ ମଣ୍ଡଳ,ତୁମ୍ବା ସରପଞ୍ଚ ପ୍ରଶାନ୍ତ ସେଠୀ, ସମିତିସଭ୍ୟ ନାରାୟଣ ନାଇକ ,ଗ୍ରାମବିକାଶ ମ୍ୟାନେଜର ଶରତ ମହାନ୍ତି,ଶିବରାମ ପ୍ରଧାନ,ଲକ୍ଷ୍ମୀକାନ୍ତ ବିଷୋୟୀ,ସତ୍ୟ ବଡମୁଣ୍ଡି ପ୍ରମୂଖ ମଂଚାସୀନ ଥିଲେ । ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପହଂଚିବା ପରେ ତୁମ୍ବା ପଂଚାୟତ କାର୍ଯ୍ୟାଳୟରେ ପାତ୍ରପୁର ବିଡ଼ିଓ ସୁମନ ସୁଧା କୁଣ୍ଡୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ପରେ ଆଦିବାସୀ ମାନେ ପାରମ୍ପରିକ ବାଜା ବଜେଇ ତାଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ତୁମ୍ବା ଉନ୍ନୟନ ସଂସ୍ଥା ଓପିଲିପି ପ୍ରକଳ୍ପ ସୋସିଆଲ ମୋବିଲାଇଜର ଅଜିତ କୁମାର ବିଷୋୟୀ,କୈଳାସ ସାହୁ,ପର୍ଶୁରାମ କାର୍ଜି, ବିଜୟ ସେଠୀ, ଡମ୍ବୁରୁ ସାହୁ,ରାଜୁ ପାଇକ,ଅନନ୍ତ ଶବର,ହରିଆ ଶବର ,ବାୟାଧର କାର୍ଜି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ତୁମ୍ବା,ବୁରତାଲ ଓ ଆଙ୍କୁଲି ପଂଚାୟତର ବହୁ ଆଦିବାସୀ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ଉଦଘୋଷକ ରାଜଗୋପାଳ ପାଢ଼ୀ ସଂଯୋଜନା କରିଥିଲେ ।

Also Read

Tags