ପାତ୍ରପୁର, ୨୮/୦୧; ଗଞ୍ଜାମ ଜିଲ୍ଲା ଜରଡ଼ା ଠାରେ ଥିବା ଶ୍ରୀ ପାର୍ଥସାରଥି ମନ୍ଦିର ତାଲୁକା ଅନ୍ତର୍ଗତ ସମସ୍ତ ଗ୍ରାମବାସୀଙ୍କୁ ନେଇ ହେଇଥିବା ସାଧାରଣ ବୈଠକରେ ପ୍ରତି ଗ୍ରାମରୁ ୨ ଜଣ ଓ ଜରଡ଼ାରୁ ୧୦ ଜଣକୁ ନେଇ ଗୋଟିଏ ୬୯ ଜଣିଆ କମିଟି ଆଜି ଶ୍ରୀ ପାର୍ଥସାରଥୀ ସେବା ଉନ୍ନୟନ କମିଟି ନାମରେ ଗଠନ କରାଗଲା । ସେଥି ମଧ୍ୟରୁ ୨୬ ଜଣକୁ ନେଇ କାର୍ଯ୍ୟକାରି କମିଟି ଗଠନ କରାଗଲା ଓ ସେହି ବ୍ୟକ୍ତି ମାନଙ୍କୁ ବିଭିନ୍ନ ପଦବୀରେ ରହିବା ସହ ମନ୍ଦିରର ଉନ୍ନତି ମୂଳକ କାମରେ ଆରମ୍ଭ କରାଗଲା । ଉକ୍ତ ବୈଠକରେ ମୁଖ୍ୟ କମିଟି ରୁପେ ସଭାପତି କାଳୀ ପ୍ରସାଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ସୁରେଶ ପ୍ରଧାନ, ସହ ସମ୍ପାଦକ ଶଶାଙ୍କ କୁମାର ପ୍ରଧାନ, କୋଷାଧ୍ୟକ୍ଷ ବସନ୍ତ କୁମାର ବାହୁକ, ଅଡ଼ିଟର ରାମଗୋପାଳ ପାଢ଼ୀ, ରଞ୍ଜିତ କୁମାର ପାଢ଼ୀ, ନିଶାମଣି ପ୍ରଧାନଙ୍କୁ ଗ୍ରହଣ କରାଗଲା । ଉପଦେଷ୍ଟା ମଣ୍ଡଳୀ ରୂପେ ଲଳିତ ମହୋନ ପଣ୍ଡା ଓ କେ. କୃଷ୍ଣମୂର୍ତ୍ତିଙ୍କୁ ସାମ୍ୱାଦିକ କମିଟି ରୁପେ ରାଜ ଗୋପାଳ ପାଢ଼ୀ ଓ ମାଧବ ବାଡ଼ାତ୍ୟାଙ୍କୁ, ରଥ କମିଟି ଭାବେ ସନ୍ତୋଷ ପାତ୍ର, ସନ୍ତୋଷ ନାୟକ ଓ ରାମ ଗୋପାଳ ପାଢ଼ୀଙ୍କୁ ଚୟନ କରାଗଲା । ଉକ୍ତ ବୈଠକରେ ଜରଡ଼ା ତାଲୁକାର ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ ।