ବିଶ୍ଵପିତା

Discover Chikiti

କେତେ ଆଉ ଦୁଃଖ ଦେଖିବ ସାଆନ୍ତେ,
ରତ୍ନସିଂହାସନେ ବସି,
ହୁ ହୁ ଜଳେ ପ୍ରାଣ ଆତଙ୍କ ଜଗତ
ଦେଖ ତୁମେ ହସି ହସି ||
ବୋଲାଅ ସଂସାରେ ନାମ ବିଶ୍ଵପିତା
ଜଳୁଛି ଦୁନିଆ ଆଜି
ସହୁଛ କିପରି ଆହେ ଚକ୍ରଧାରୀ
ଭାଇ ଭଗ୍ନୀ ସଙ୍ଗେ ହଜି ||
ଅନ୍ୟାୟ ଅଧର୍ମ ଯୁଦ୍ଧ ରେ ସଢୁଛି
ଶହ ଶହ ପ୍ରାଣ ବଳି,
ତୁମେ ନ ବୁଝିଲେ କିଏ ବା ବୁଝିବ
ସରିଯିବ କି ଏ କଳି ||
ଇଚ୍ଛା ଯଦି ନାହିଁଏ ସାରା ସୃଷ୍ଟି
ଏକ ସମୟେ ନିପାତ
ଯଦି ଇଚ୍ଛା ଅଛି ରଖିବ ଜଗତ
ରଖ ବଢ଼ାଇ ଶ୍ରୀହସ୍ତ ||
ହେ ବିଶ୍ଵପିତା ହେ ଜଗତାନାଥ
କହ ଥରେ ମୁଖ ଖୋଲି
ଜାଣିବେ ସଂସାରେ ତୁମ ଯଶ କୀର୍ତ୍ତି
ନିଷ୍ଠୁର ଦେବତା ବୋଲି ||
ତୁମେ ରାମ ଆଲ୍ହା ରହିମ, ଯୀଶୁ ହେ
ବିଶ୍ଵାପାଳକ ଠାକୁର
ଶିଶୁ ଠାରୁ ଵୃଦ୍ଧା ନିରୀହ ଜୀବନ
ଯୁଦ୍ଧ ନିଏ ପ୍ରାଣ ତା,’ର ||
ଆସ ମହାବାହୁ ବିଳମ୍ବ ନ ହେଉ
ଶାନ୍ତି ଅଶ୍ୱ ପରେ ବସି,
ଧର୍ମ ଖଣ୍ଡାରେ ହେ ଅଧର୍ମ କୁ ଟାଳି
ରଖ ଏ ଧରା ଉଶ୍ୱାସୀ ||
ଜଗତ ହିତରେ ପ୍ରଭୁ ଜଗନ୍ନାଥ
ଅସମ୍ଭାଳ ପରିସ୍ଥିତି
ଜଳିଲେ ଦୁନିଆଁ ଲିଭିବ ତୁମ ନା
ବିକଳେ ଡାକୁଛି ଏଠି #||
ଅଦୃଶ୍ୟ ରୂପରେ ଚାଲିଆସ ବାରେ
ଚକ୍ର ପେଶୀ ଦୁଷ୍ଟ ଧ୍ବଂସୀ
ଧର୍ମ ସଂସ୍ଥାପନ ଯୁଗେ ଯୁଗେ ରହୁ
ହେ ନୀଳଗିରି ବିଶ୍ଵପତି ||


ବନ୍ଦନା ମହାପାତ୍ର

Also Read

Tags