ହୃଦୟର ସ୍ୱର ମହୁଠୁ ମିଠା
ବିନୟ ବଚନ, କହି ତୋଷିବ ପ୍ରାଣୀ ମନ
ହୃଦୟର ସ୍ୱର ମହୁଠୁ ମଧୁର
ତା ଠୁ ଦୁନିଆରେ ନାହିଁ ଟି ଆଉ
ଦୁଇ ପଦ ଯେବେ ଓଠରୁ ଫୁଟିବ
ସେ ସ୍ୱର ଏକା ଅମୃତ ମହୁ ||
ଯେତେ ଧନ ଦର୍ବ ଥାଉ ତୁମ ପାଶେ
ମୂଲ୍ୟହୀନ ଏ ସଂସାରେ
ଶ୍ରେଷ୍ଠ ମୂଲ୍ୟବାନ ହୃଦୟ ବଚନ
ମଧୁ ଠୁ ମିଠା କିଏ ଅଛିରେ ||
ଅନାଥ, ଅକ୍ଷମ, ଗରିବ, ଭିକାରୀ
ଯଦି ଆସନ୍ତି ସମୁଖେ
ସାହାଯ୍ୟ ନ କର ହେଲେ ହୃଦ ସ୍ଵରେ
ମିଠା ତାଙ୍କ ପ୍ରାଣେ ଲାଖେ ||
ଆଜି ଅଛେ ବନ୍ଧୁ କାଲି କେ ନ ଥିବା
କେବଳ ରହିବ ସ୍ମୃତି
ଶୁଣିଥିବେ ଯଦି ହୃଦୁ ମିଠା ସ୍ୱର
ଗାଇବେ ତଵ ଯଶ କୀର୍ତ୍ତି ||
ଶପଥ କରିବା ଏକତାର ମନ୍ତ୍ରେ
ଫୁଟାଇବା ହୃଦ ସ୍ୱର
ମହୁ ଠାରୁ ମିଠାହେବ ଏ ସଂସାରେ
ଶାନ୍ତି, ମୈତ୍ରୀ, ପ୍ରୀତି ଝର ||
ବନ୍ଦନା ମହାପାତ୍ର