ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ଅବସରରେ ଏବେ ବିଭିନ୍ନ ଡେ’ ପାଳନ କରିବା ଆରମ୍ଭ ହୋଇଯାଇଛି । ସତେଯେମିତି ଏହା ପ୍ରେମୀଯୁଗଳଙ୍କ ପାଇଁ ଏକ ପରୀକ୍ଷା ସଦୃଶ । ଯେପରି ବିଭିନ୍ନ ବିଷୟ ଉପରେ ପରୀକ୍ଷା ଦେବାକୁ ହୋଇଥାଏ, ସେହିପରି ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରେମୀଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସଙ୍ଗ ଭିନ୍ନ ଭିନ୍ନ ଥାଏ । ଏହି କ୍ରମରେ ଫେବୃଆରୀ ୧୦ରେ ପାଳନ କରାଯାଏ ଟେଡି ବିୟର ଡେ’। ରୋଜ୍ ଡେ’, ପ୍ରପୋଜ୍ ଡେ’ ଏବଂ ଚକଲେଟ୍ ଡେ’ ପରେ ପାଳନ କରାଯାଏ ଟେଡି ଡେ’। ମନର ମଣିଷକୁ ଟେଡିଟିଏ ଦେଇ ସମ୍ପର୍କକୁ ନିବିଡ଼ କରନ୍ତି ପ୍ରେମୀ ଯୁଗଳ । ସାଧାରଣତଃ ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି, ତେଣୁ ପ୍ରତ୍ୟେକ ପ୍ରେମିକ ନିଜର ପ୍ରେମିକାକୁ ଟେଡି ଉପହାରରେ ଦେଇଥାଆନ୍ତି । ପ୍ରେମର ଏହି ଉପହାରକୁ ପ୍ରେମୀଯୁଗଳମାନେ ସାରା ଜୀବନ ସାଇତି ରଖନ୍ତି ।