ଚିକିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Discover Chikiti

ଚିକିଟି,୧୦/୦୨; ସ୍ଥାନୀୟ ଚିକିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଆୟୋଜିତ ଏହି ତାଲିମ ଶିବିର ଦୀର୍ଘ ଆଠ ଦିନ ଚାଲିଥିଲା । ଆଜିର ଉଦଯାପନୀ ଉତ୍ସବରେ ଚିକିଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ଭବାନୀ ପ୍ରସାଦ ପଣ୍ଡା ସଭାପତିତ୍ବ କରିଥିବା ବେଳେ ଆଇ.ଆର୍.ପି.ଏମ ବିଭାଗର ଅଧ୍ୟାପକ ଶ୍ରୀ ସନାତନ ଗୌଡ଼ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ରସାୟନ ବିଜ୍ଞାନର ଅଧ୍ୟାପିକା ଓ ଏହି ଶିବିରର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ମହାପାତ୍ର ସ୍ବାଗତ ଭାଷଣ ଦେବା ସହ ଶିବିରରେ ୭ ଦିନର ବିବରଣୀ ଦେଇଥିଲେ । ଏହି ଶିବିରର ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିବା ଶ୍ରୀମତୀ ସନ୍ଧ୍ୟାରାଣୀ ମହାରଣା ଓ ଶ୍ରୀମତୀ ରୋହିଣୀ ଖଣ୍ଡୱାଲ୍ ଛାତ୍ରୀମାନଙ୍କ ଉତ୍ସାହ ଓ ଇଛା ଶକ୍ତିର ପ୍ରଶଂସା କରିଥିଲେ । ଅଧ୍ୟକ୍ଷ ଡ଼ ପଣ୍ଡା ଶିବିରରେ ଅଂଶ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ଶିକ୍ଷାର ସଦୁପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ଶିବିରର ଅନ୍ୟ ଜଣେ ଅଧିକାରୀ ସୁଶ୍ରୀ ରଶ୍ମିତା ଶବର ଧନ୍ୟବାଦ୍ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ା ବିଶ୍ଵନାଥ ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Also Read

Tags