ବ୍ଲୁ ଫ୍ଲାଗ ବିଚ୍ ର ମାନ୍ୟତା ପାଇଲା ସୁନାପୂର ବେଳାଭୁମି

Discover Chikiti

ଚିକିଟି, ୨୮/୦୧; ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୂର ବେଳାଭୁମିକୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ର ମାନ୍ୟତା ପାଇଛି । ରାଜ୍ୟର ଦୁଇଟି ବେଳାଭୁମି ପୁରୀ ଓ ସୁନାପୂରକୁ ଏହି ମାନ୍ୟତା ମିଳିଥିବା ନେ଼ଇ ଫାଉଣ୍ଡେସନ ଅଫ ଏନଭାରୋମେଣ୍ଟାଲ ଏଜୁକେଶନ ପକ୍ଷରୁ ସୁଚନା ଦିଆଯାଇଛି ।

ବ୍ଲୁ ଫ୍ଲାଗ ବିଚ୍ ର ମାନ୍ୟତା ପାଇଲା ସୁନାପୂର ବେଳାଭୁମି

ଏହି ଅନୁଷ୍ଠାନ ୭୭ ଟି ଦେଶର ୬୫ ଟି ସଂଘଠନକୁ ନେଇ କାର୍ଯ୍ୟ କରୁଥିବା ବେଳେ ଅନୁଷ୍ଠାନ ପକ୍ଷରୁ ବେଳାଭୁମିର ବିଭିନ୍ନ ଅନୁକୂଳ ପରିବେଶକୁ ନେଇ ଏକ ସର୍ଭେ ହୋଇଥଲା । ମୁଖ୍ୟତଃ ବେଳାଭୁମିର ସନ୍ଦର୍ଯ୍ୟକରଣ ସମେତ, ସେଠାକାର ପରିବେଶ, ସାମୁଦ୍ରିକ ଜୀବଙ୍କ ପାଇଁ ଅନୁକୂଳ ପାଣିପାଗ, ପର୍ଯ୍ୟଟକଙ୍କ ରହିବା ଓ ବୋଟିଂ ପାଇଁ ସୁବ୍ୟବସ୍ଥା ପରି କିଛି ମାନ ଦଣ୍ଡକୁ ନେଇ ଅନୁଷ୍ଠାନ ପକ୍ଷରୁ ଏହା ନିର୍ଦ୍ଧାରିତ ହୋଇଥାଏ । ଏହି ସମସ୍ତ ଅନୁକୂଳ ପରିବେଶ ରହିଥିବା ବେଳାଭୁମିକୁ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ର ମାନ୍ୟତା ପ୍ରଦାନ କରାଯାଇଥିଲା । ଏ ନେଇ ବ୍ଲୁ ଫ୍ଲାଗ ବିଚ୍ ର ନୋଡାଲ ଅଫିସର ତଥା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖୋର ସୁଚନା ଦେଇଛନ୍ତି ।

Also Read

Tags