ଚିକିଟୀ, ଚିକିଟି ବ୍ଲକ ରମ୍ପା ଗ୍ରାମପଞ୍ଚାୟତ ଭୁଲକମା ମନ୍ଦିର ନିକଟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ସରପଞ୍ଚ କୁମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ପଞ୍ଚାୟତର ବିକାଶ ପୁସ୍ତିକା ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଉଷାଦେବୀ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନେଇ ତେଲୁଗୁ ଭାଷାରେ ଆଲୋକ ପାତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେଇ ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ ଜନତାଙ୍କୁ କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଆପନା ସେଠୀ, ବିଇଓ ନିଗମାନନ୍ଦ ପଣ୍ଡା, ସମିତି ସଭ୍ୟା ଗୋଲାପୀ ନାଇକ ପ୍ରମୁଖ ମଞ୍ଚାସିନ ରହି ସଚେତନତା କରିଥିଲେ । ଶିବିରରେ ଆମ ଓଡ଼ିଶା ନବୀନ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ସାଙ୍ଗକୁ ବିଦ୍ୟାଳୟରେ ୫ଟି ଜରିଆରେ ଉନ୍ନତ ଧରଣର ଶିକ୍ଷାଦାନ, ମିଶନ ଶକ୍ତି, ମହିଳା ସୟଂ ସହାୟକ ଗୋଷ୍ଟୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ରାସନ କାର୍ଡରେ ଅନ୍ତର୍ଭୁକ୍ତ ପରିବାର, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ହରିଶ୍ଚନ୍ଦ୍ର ଯୋଜନା ମମତା ଯୋଜନା ଭଳି ଭିତ୍ତିଭୂମିର ବିକାଶ ସାଙ୍ଗକୁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅଧିକାରୀ ମାନେ ସଚେତନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ଚୈତନ୍ୟ ଗ୍ରୁପ ବିଭିନ୍ନ ଯୋଜନାମାନ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବିରରେ ସମାଜ ସେବୀ ସୁରେନ୍ଦ୍ର ମଣ୍ଡଳ, କିଶୋର ପଣ୍ଡା, ସମେତ ପଞ୍ଚାୟତ ବାସୀ, ସମସ୍ତ ସୟଂ ସହାୟକ ଗୋଷ୍ଟୀ, ଆଶା, ଅଙ୍ଗନବାଡି, ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିପତି ସାହୁ କାର୍ଯକ୍ରମକୁ ସଂଯୋଜନା କରିଥିଲେ । ପୂର୍ବତନ ସରପଞ୍ଚ ୟୁ ନାର୍ସିଙ୍ଗୁଲୁଙ୍କ ସମେତ ବ୍ଲକ କର୍ମଚାରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସଫଳ ହୋଇଥିଲା ।